ହାଇୱା ପଛରେ ପିଟି ହେଲା ବାଇକ୍, ୨ ମୃତ
ବୌଦ୍ଧ : ହାଇୱା ପଛରେ ପିଟି ହୋଇଗଲା ବାଇକ୍, ୨ ମୃତ । ବୌଦ୍ଧ ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ବିହାରର ଉପେନ୍ଦ୍ର ପାଲ ଓ ଅନ୍ୟ ଜଣେ ଅନୁଗୁଳ ଠାକୁରଗଡ଼ର ଦୁଷ୍ମନ୍ତ ଦେହୁରୀ। ଗତକାଲି ରାତିରେ ଦୁଇ ଜଣ ବାଇକରେ ଚାରିଛକରୁ କରଞ୍ଜକଟା ରେଲୱେ କ୍ୟାମ୍ପକୁ ଫେରୁଥିଲେ। ଏହି ସମୟରେ କରଞ୍ଜକଟା ହାଟପଦା ନିକଟରେ ଠିଆ ହୋଇଥିବା ହାଇୱାକୁ ବାଇକଟି ପଛପଟୁ ଧକ୍କା ଦେଇଥିଲା। ଏଥିରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।
ସେହିପରି ଗତକାଲି ରାତିରେ ବାଙ୍ଗିରିପୋଷି ଘାଟି ନିକଟରେ ଏକ ବଡ ଦୁର୍ଘଟଣା ଦେଖିବାକୁ ମିଳିଥିଲା । କାର ଉପରେ କାଠ ବୋଝେଇ ଟ୍ରକ ଓଲଟି ପଡିଥିଲା । ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡ୍ରାଇଭର ଓ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଚାରି ଜଣ ଯୁବକ କାର ଯୋଗେ କୋଲକାତାରୁ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନା ଜୟନ୍ତଗଡ଼ ଅଞ୍ଚଳ ଫେରୁଥିଲା ବୋଲି ଦୁର୍ଘଟଣା ଘଟିଥିଲା l
