Aap mp

ଜିତୁ ମୁଣ୍ଡାଙ୍କୁ ଭେଟିଲେ ଆପ୍ ସାଂସଦ ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

Spread the love

କେନ୍ଦୁଝର :  ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଆପ୍ ସାଂସଦ  ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । କେନ୍ଦୁଝର ଜିଲ୍ଲାର ଡିଆନାଳି ଗ୍ରାମରେ ଟଙ୍କା ପାଇଁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେଇଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଥିଲେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ।

ସାଂସଦ ସଞ୍ଜୟ ସିଂହ ଜିତୁ ମୁଣ୍ଡା ଓ ତାଙ୍କ ପରିବାର ସହ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।  ଏହା ସହ ଜିତୁ ମୁଣ୍ଡାଙ୍କ ଗାଁରେ ଦୀର୍ଘଦିନ ଧରି ରହିଥିବା ପାନୀୟ ଜଳ ସମସ୍ୟା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ ।  ଗ୍ରାମର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଜ ସାଂସଦ ପାଣ୍ଠିରୁ ଅର୍ଥ ବ୍ୟୟ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

ଏହି ସମୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଓ ବହୁ ଆପ୍ କର୍ମୀ ମଧ୍ୟ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଜଣାଇଥିଲେ ।  ଆଗରୁ ଏହି ଅମାନବୀୟ ଘଟଣାକୁ ନେଇ ଜିତୁ ମୁଣ୍ଡାଙ୍କୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା ।  ପାନୀୟ ଜଳର ସମସ୍ୟା ନେଇ ସାଂସଦ ସଞ୍ଜୟ ସିଂହଙ୍କୁ ଅବଗତ କରାଯାଇଥିବା ନେଇ ନିଜେ ସାଂସଦ ସଞ୍ଜୟ ସିଂହ ଜିତୁ ମୁଣ୍ଡାଙ୍କ ଗାଁକୁ ଆସିବା ପାଇଁ ଇଛା ପ୍ରକାଶ କରିଥିବା କହିଛନ୍ତି ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ।

Leave a Reply

Your email address will not be published. Required fields are marked *