17bbs 30 17052026 112 2026 05 17 17 49 03

୪୫ ଡିଗ୍ରି ଛୁଇଁବ ଦିଲ୍ଲୀ ତାପମାତ୍ରା: ମେ’ ୨୨ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍‌ୱେଭ୍‌ ସ୍ଥିତି

Spread the love

ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଆସନ୍ତା ମେ ୨୨ ତାରିଖ ପର୍ଯ୍ୟନ୍ତ ଅତି ଭୀଷଣ ହିଟ୍‌ୱେଭ୍‌ ଜାରି ରହିବ। ଉତ୍ତର ଓ କେନ୍ଦ୍ର ଭାରତରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ରବିବାର ଦିଲ୍ଲୀରେ ଆକାଶ ଆଂଶିକ ମେଘୁଆ ରହିବ। ୨୦-୩୦ କିମି ବେଗରେ ପବନ ଓ ୪୦ କିମି ବେଗରେ ଝଟ୍‌କା ପବନ ବହିବା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତାପମାତ୍ରା ୪୪ ଡିଗ୍ରି ପାଖାପାଖି ରହିବ। ଏହାପରେ ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ରା ଅଧିକ ବୃଦ୍ଧି ପାଇ ୪୫ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚି ପାରେ। ଏପରିକି ରାତି ମଧ୍ୟ ଉ‌ଷ୍ଣ ରହିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଓ କୋଙ୍କଣ ଓ ଗୋଆର କେତେକ ଅଞ୍ଚଳରେ ହିଟ୍‌ୱେଭ୍‌ ଲାଗି ରହିବ। ଉତ୍ତର ଓ ମଧ୍ୟ ଭାରତରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପଶ୍ଚିମ ହିମାଳୟ ଅଞ୍ଚଳଗୁଡ଼ିକରେ ତାପମାତ୍ରା ୩-୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତାପମାତ୍ରା ଅତ୍ୟଧିକ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ରହିବ।

Leave a Reply

Your email address will not be published. Required fields are marked *