Arvind 300x172

କେଜରିୱାଲଙ୍କ ସମେତ ୭ଜଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଅଭିଯୁକ୍ତ ଆପ୍ ଆବାହକ ଅରବିନ୍ଦ କେଜରିୱାଲ ଓ ଅନ୍ୟ ୬ ଆପ୍ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅପପ୍ରଚାର ଚଳାଇଥିବା ଅଭିଯୋଗ କରି ଏହି ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରେ ଅଭିଯୁକ୍ତମାନଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ପାଇଥିବା ଅଭିଯୁକ୍ତମାନେ ହେଲେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ, ସୌରଭ ଭରଦ୍ବାଜ, ବିନୟ ମିଶ୍ର ଓ ଦୁର୍ଗେଶ ପାଠକ।

Leave a Reply

Your email address will not be published. Required fields are marked *