Bangladesh sees record measles deaths 28275584 16x9 0

ବାଂଲାଦେଶରେ ମହାମାରୀ ରୂପ ନେଲାଣି ମିଳିମିଳା: ଗଲାଣି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ

Spread the love

ଢ଼ାକା: ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀ ଗତି କରୁଛି। ମିଳିମିଳା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି। ସମସ୍ତେ ମିଳିମିଳା ଜନିତ ଲକ୍ଷଣ ଯୋଗୁ ଆଖି ବୁଜିଛନ୍ତି। ଦେଢ଼ ମାସରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇବା ବାଂଲାଦେଶ ଇତିହାସର ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶର ପୂର୍ବତନ ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସଙ୍କ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି।

ୟୁନୁସ ଓ ତାଙ୍କ ଅନ୍ତରୀଣ ସରକାରରେ ଥିବା ସଦସ୍ୟଙ୍କ ଯାତ୍ରା ଉପରେ ବ୍ୟାନ ଲଗାଇବାକୁ ବାଂଲାଦେଶ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୪୩ ଜଣ ମିଳିମିଳା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨୧୬ ଜଣ ସନ୍ଦିଗ୍ଧ ମିଳିମିଳା ଯୋଗୁ ଆଖି ବୁଜିଛନ୍ତି। ପ୍ରାୟ ୯୧% ମିଳିମିଳା ମାମଲା ୧ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କ କ୍ଷେତ୍ରରେ ଦେଖା ଯାଉଛି।ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୭୫୦୦ ମିଳିମିଲା ମାମଲା ସାମ୍ନାକୁ ଆସିବା ପରେ ବାଂଲାଦେଶ ସରକାର ଜରୁରୀକାଳିନ ଟିକାକରଣ ଅଭିଯାନ ରବିବାର ଠାରୁ ଆରମ୍ଭ କରିଛନ୍ତି। ବାଂଲାଦେଶର ୬୪ଟି ଜିଲ୍ଲାରୁ ୫୮ଟି ଜିଲ୍ଲାରେ ମିଳିମିଳା ସାଂଘାତିକ ରୂପ ଧାରଣ କରିଛି। ୫ ବର୍ଷରୁ କମ ବୟସ୍କ ପିଲାଙ୍କ ସଂଖ୍ୟା ମୋଟ ମାମଲାର ୭୯% ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *