888 696x375

୧୬୭.୨୦ କୋଟି ଟଙ୍କାରେ ବିକ୍ରି ହେଲା ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ

Spread the love

ନୂଆଦିଲ୍ଲୀ: ପେଣ୍ଟିଂର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ । ୧୬୭.୨୦ କୋଟି ଟଙ୍କାରେ ବିକ୍ରି ହେଲା ଏହି ଆକର୍ଷଣୀୟ ଫଟୋ ଚିତ୍ର । ଏହାକୁ ଶିଳ୍ପପତି ସାଇରସ୍ ପୁନୱାଲା କିଣିଥିଲେ। ଏହି ଚିତ୍ରକଳାଟି ପ୍ରାୟ ୧୩୦ ବର୍ଷ ପୁରୁଣା।  ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା।  ଏହା ମାତା ଯଶୋଦା ଏବଂ ଶିଶୁ କୃଷ୍ଣଙ୍କ ମଧ୍ୟରେ ପ୍ରେମକୁ ଚିତ୍ରଣ କରିଥାଏ। ଯାହାକୁ ଭାରତୀୟ ସଂସ୍କୃତିରେ ମାଆ-ଶିଶୁ  ସମ୍ପର୍କର ସବୁଠାରୁ ସୁନ୍ଦର ପ୍ରତୀକ ଭାବରେ ବିବେଚନା କରାଯାଏ। ରାଜା ରବି ବର୍ମାଙ୍କୁ “ଆଧୁନିକ ଭାରତୀୟ କଳାର ଜନକ” ବୋଲି କୁହାଯାଏ। ଲୋକମାନେ ଏବେ କେବଳ ଆଧୁନିକ କଳା ନୁହେଁ, ବରଂ ପାରମ୍ପରିକ ଏବଂ ଐତିହାସିକ କଳାକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛନ୍ତି।

Leave a Reply

Your email address will not be published. Required fields are marked *