Moist surrender

ଆତ୍ମମର୍ପଣ କଲେ କେକେବିଏନ ଡିଭିଜନର ୧୦ ମାଓବାଦୀ

Spread the love

କନ୍ଧମାଳ : ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ୍ ନିକଟରେ ଆତ୍ମମର୍ପଣ କଲେ ୧୦ ମାଓବାଦୀ । ଫୁଲବାଣୀ ସ୍ଥିତ ପୋଲିସ୍ ରିଜର୍ଭ ପଡିଆ ଠାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଇନଶୃଙ୍ଖଳା ADG ସଂଜୀବ ପଣ୍ଡା, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍ DIG ଅଖିଳେଶ୍ଵର ସିଂ,ଦକ୍ଷିଣାଞ୍ଚଳ DIG ନୀତି ଶେଖର, IG ଅପେରସନ ଦୀପକ କୁମାର, ସିଆରପିଏଫ୍ IG ଅମିତେନ୍ଦ୍ରନାଥ ସିନ୍ନା, ସିଆରପିଏଫ୍ DIG ଦିଲ୍ଲୀପ ସିଂ, ASP ରାମେନ୍ଦ୍ର ପ୍ରସାଦ, ବାଲିଗୁଡ଼ା SDPO ଭୋସଲେ ସ୍ମରଣ ସଞ୍ଜୟ, କନ୍ଧମାଳ ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ମ ସମର୍ପଣ କରିଥିବା ମାଓବାଦୀ କେ. କେ. ବି ଏନ ଡିଭିଜନରେ କାମ କରୁଥିଲେ । କନ୍ଧମାଳ ଜିଲ୍ଲାରେ ୨୫ ଜଣ ମାଓବାଦୀ ଅଛନ୍ତି । ସମସ୍ତଙ୍କୁ ଆସନ୍ତା ୩୧ ମାର୍ଚ୍ଚ ଶେଷ ସୁଦ୍ଧା ସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ,୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ସରେଣ୍ଡର କରିଥିଲେ । ଶୀର୍ଷ ନେତାଙ୍କ ଏନକାଉଣ୍ଟର ସହ ସରକାରଙ୍କ ମାଓ ଦମନ ନୀତିରେ ଅନୁପ୍ରାଣିତ ହୋଇ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ ମାଓବାଦୀ । ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇଥିବା କହିଥିଲେ ସୁକମା ASP ରୋହିତ ସାହା ।

Leave a Reply

Your email address will not be published. Required fields are marked *