Upendra diwedi

ସୀମା ପାର୍‌ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

Spread the love

ନୂଆଦିଲ୍ଲୀ : ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ​‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଅପରେସନ ସିନ୍ଦୂରରେ ଆମେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ବଂସ କରିଥିଲୁ। ଗତବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲୁ। ଅପରେସନ ସିନ୍ଦୂର ହେଉଛି ୩ ସେନା ସମନ୍ବୟର ଜ୍ବଳନ୍ତ ଉଦାହରଣ। ଏହା ପଛରେ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟ କରୁଥିଲା।
ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି। ୨୦୨୫ ମସିହାରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି। ତନ୍ମଧ୍ୟରୁ ୬୫ ପ୍ରତିଶତ ପାକିସ୍ତାନୀ ରହିଥିଲେ।

ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀଙ୍କୁ ଅପରେସନ୍ ମହାଦେବରେ ନିପାତ କରାଯାଇଥିଲା। ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଏକ ଅଙ୍କରେ ରହିଛି। ଜମ୍ମୁ-କାଶ୍ମୀରରେ ବିକାଶ, ପର୍ଯ୍ୟଟନ ପରିବର୍ତ୍ତନ ସ୍ପଷ୍ଟ ସଙ୍କେତ ଦେଉଛି। ଅମରନାଥ ଯାତ୍ରାରେ ୪ ଲକ୍ଷରୁ ଅଧିକ ଯାତ୍ରୀ ଆସିଛନ୍ତି। ଯାହା ୫ ବର୍ଷରେ ସର୍ବାଧିକ। ପରିବର୍ତ୍ତନର ଥିମ୍ ଧୀରେ ଧୀରେ ଆତଙ୍କବାଦରୁ ପର୍ଯ୍ୟଟନ ଆଡ଼କୁ ଯାଉଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ।

Leave a Reply

Your email address will not be published. Required fields are marked *