Modi

‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ। ଆଜି ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଛନ୍ତି ମୋଦୀ। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି’। ୧୬ ବର୍ଷରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶ ପାଇଁ ପାର୍ବତୀ ଗିରି ହେଉଛନ୍ତି ପ୍ରେରଣାର ଉତ୍ସ। ୨୦୨୬ରେ ‘ପାର୍ବତୀ ଗିରି’ଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ‘ ପାର୍ବତୀ ଗିରି’ ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

୨୦୨୫ ବର୍ଷର ସଫଳତା ମଧ୍ୟ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଚଳିତ ବର୍ଷ ଭାରତ ଅନେକ ସଫଳତା ପାଇଛି । ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ‘ଯୁବ ଶକ୍ତି’। ଦେଶ ଏହାକୁ ନେଇ ଗର୍ବ କରେ। ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ଝିଅ ଦେଶର ଟେକ ରଖିଛନ୍ତି। ବନ୍ଦେ ଭାରତ ଅଭିଯାନରେ ଲୋକଙ୍କ ଉତ୍ସାହ ମିଳିଛି। ଦୁବାଇରେ କନ୍ନଡ଼ ପାଠଶାଳା ଭାଷାର ବଡ଼ ଉପଲବ୍ଧି।

Leave a Reply

Your email address will not be published. Required fields are marked *