Labourer 2 1 e1766505211646 300x153

୭ ଶିଶୁ ସମେତ ୯ ଦାଦନ ଶ୍ରମିକ ଉଦ୍ଧାର

Spread the love

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ମଙ୍ଗଳବାର ୭ ଶିଶୁଙ୍କ ସହିତ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରେ ୪ପୁରୁଷ ଓ ୫ମହିଳା ରହିଛନ୍ତି। ସୂଚନା ଅନୁସାରେ, ତୁରେକେଲା ଥାନା ଧୁସାମୁଣ୍ଡା ଗ୍ରାମର ସର୍ଦ୍ଦାର ସୁଜନ ଘିଭେଲା ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରୁ ଏହି ଶ୍ରମିକମାନଙ୍କୁ ଚାଲାଣ କରୁଥିବା ପୁଲିସ ସୂଚନା ଦେଇଛି। ସର୍ଦ୍ଦାର ସୁଜନକୁ ପୁଲିସ ଗିରଫ କରିବା ସହିତ ଏକ ମାମଲା ନଂ ୪୪୮/୨୫ ରୁଜୁ କରି କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଗୋପାଳ କର୍ଣ୍ଣ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *