Bangladesh 1

ବାଂଲାଦେଶରେ ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି

Spread the love

ବାଂଲାଦେଶ: ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍‌ଦାର। ସେ ବାଂଲାଦେଶ ନେସନାଲ ସିଟିଜନେ ପାର୍ଟି(ବିଏନସିପି)ର ଖୁଲନା ଡିଭିଜନାଲ ମୁଖ୍ୟ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖୁଲନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାଂଲାଦେଶର ସୋନାଦଙ୍ଗା ଅଞ୍ଚଳର ଶେକପଡ଼ା ପଲ୍ଲୀରେ ୪୨ ବର୍ଷୀୟ ସିକ୍‌ଦାର ରୁହନ୍ତି। ସେ ଦଳର ଶ୍ରମିକ ଶାଖାର କେନ୍ଦ୍ରୀୟ ସଂଗଠକ। ସୋମବାର ତାଙ୍କୁ କେହି ଦୁର୍ବୃତ୍ତ ଗୁଳି କରିଥିବା ନେଇ ଦଳର ଯୁଗ୍ମ ପ୍ରମୁଖ ସଂଯୋଜକ ମହମୁଦା ମିଟୁ ଫେସବୁକରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସିକଦାର ଏକ ରାଲି ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଘଟଣା ଘଟିଛି।

ସୋନାଦଙ୍ଗା ତାନା ଅଧିକାରୀ ଅନିମେଶ ମଣ୍ଡଳ କହିଛନ୍ତି ଯେ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ଗାଜି ମେଡିକାଲ କଲେଜ ନିକଟରେ ଦୁର୍ବୃତ୍ତମାନେ ସିକ୍‌ଦାରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ତେବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *