8 9 e1766417920956 300x167

ଲାଞ୍ଚ ନେଇ ବନ୍ଧା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

Spread the love

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ  ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌େ​‌ଡପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ରପ୍ତାନୀ ଏବଂ ଅନ୍ୟ କାରବାରରେ ସଂପୃକ୍ତ ଘରୋଇ ଓ ବିଦେଶୀ କମ୍ପାନୀ ନିକଟରୁ ଦୀପକ ନିୟମିତ ଭାବେ ଲାଞ୍ଚ ଗ୍ରହଣ କରି ସେମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିଲେ। ବେଙ୍ଗାଲୁରୁର ଏକ ଫାର୍ମ ନିକଟରୁ ଦୀପକ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଗୁଇନ୍ଦା ସୂଚନାକୁ ଆଧାର କରି ସିବିଆଇ ତାଙ୍କୁ ଗିରଫ କରିଛି।

ଦୀପକଙ୍କ ବାସଭବନରୁ ନଗଦ ୨.୩୬ କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ଦୀପକଙ୍କ ପତ୍ନୀ କର୍ଣ୍ଣେଲ କାଜଲ ବାଲି ବର୍ତ୍ତମାନ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଥିବା ୧୬ ଇନ୍‌ଫାଣ୍ଟ୍ରି ଡିଭିଜନ ଅର୍ଡନାନସ ୟୁନିଟର ସିଓ (କମାଣ୍ଡିଂ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି। ସିବିଆଇ ପକ୍ଷରୁ ଦୀପକ, କାଜଲଙ୍କ ସମେତ ଦୁଇଜଣ ଦଲାଲ ରାଜୀବ ଓ ରବଜିତ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଦାଲତରେ ହାଜର କରାଯିବା ପରେ ବିଚାରପତି ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକଙ୍କୁ ୨୩ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *