Jaleswar

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ

Spread the love

ଜଳେଶ୍ୱର : ଆଜି ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ । ନାବାଳିକାକୁ ଦୁଷ୍କର୍ମ ଏବଂ ଜୀବନରୁ ମାରିବ ଘଟଣାକୁ ନେଇ ବିଜେଡି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ହୋଇଛି । ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ଅତ୍ୟାବଶକ ସାମଗ୍ରୀକୁ ବାଦ୍ ଦିଆଯାଇଛି ।

ଏହି ଘଟଣାରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣାର କ୍ରାଇମବ୍ରାଞ୍ଚ ଏବଂ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି । ଗତ ୧୬ ତାରିଖରେ ନାବାଳିକା ଜଣକ ବାନ୍ଧବୀଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ଯୁବକ ନାବାଳିକାକୁ ଚାଓମିନ୍ ଖାଇବାକୁ ଡାକିଥିଲେ । ପରେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ ।

Leave a Reply

Your email address will not be published. Required fields are marked *