ଏସଆଇଆର ବନ୍ଦ କରିବା ଲାଗି ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Spread the love

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ଏହି ପ୍ରକ୍ରିୟାକୁ “ବିପଜ୍ଜନକ” ବୋଲି କହିଛନ୍ତି ଏବଂ SIRକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା “ବିଶୃଙ୍ଖଳିତ ଏବଂ ଜବରଦସ୍ତି”, ଯାହା କେବଳ ଅଧିକାରୀମାନଙ୍କୁ ନୁହେଁ ବରଂ ସାଧାରଣ ନାଗରିକଙ୍କୁ ମଧ୍ୟ ବିପଦରେ ପକାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ SIR ସାରା ରାଜ୍ୟରେ ଅରାଜକତା ସୃଷ୍ଟି କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ BLO ପ୍ରବଳ ଚାପର ସମ୍ମୁଖୀନ ହେଉଛନ୍ତି, ଏବଂ ଏହି ଚାପ ସହିତ ଅନେକ ମୃତ୍ୟୁ ଜଡିତ। ଜଳପାଇଗୁଡ଼ିରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ଆତ୍ମହତ୍ୟା ଘଟଣାକୁ ଉଲ୍ଲେଖ କରି ମମତା କହିଛନ୍ତି ଯେ ଏହି ମାନବିକ ମୂଲ୍ୟ ଯେକୌଣସି ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଗ୍ରହଣୀୟ ନୁହେଁ।

ସେହିପରି ଟିଏମସି ନେତା କୁନାଳ ଘୋଷ କହିଛନ୍ତି ଯେ ବର୍ତ୍ତମାନ ସମୟ ଏକ ସଂବେଦନଶୀଳ ସମୟ ହୋଇଥିବାରୁ SIR କରିବା ଉଚିତ ହେବ ନାହିଁ । ପୁଣି ସୀମାବର୍ତ୍ତି ଅଂଚଳରେ ସୁରକ୍ଷା ଚିନ୍ତା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *