ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଇଡି

Spread the love

ନୂଆଦିଲ୍ଲୀ: ‌ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ ଇଂଲଣ୍ଡର ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଦାୟର ହୋଇଛି। ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର ପୁରୁଣା ଅଭିଯୋଗର ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଚଳିତ ବର୍ଷ ଜୁଲାଇରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା। ସଞ୍ଜୟ ଭଣ୍ଡାରୀଙ୍କ ବିଦେଶୀ ସମ୍ପତ୍ତି ଓ ଆର୍ଥିକ ନେଣଦେଣରେ ଭଦ୍ରାଙ୍କ ସଂପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଭଣ୍ଡାରୀଙ୍କ ଉପରେ ପୂର୍ବରୁ ବିଦେଶରେ ଅଘୋଷିତ ସମ୍ପତ୍ତି ରଖିବା ଅଭିଯୋଗ ଲାଗିଛି। ୨୦୧୬ରେ ଆୟକର ବିଭାଗ ଚଢଉରେ ସଞ୍ଜୟ ଭଣ୍ଡାରୀଙ୍କ ସହ ରବର୍ଟଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ ରବର୍ଟ ଭଦ୍ରା ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯାଞ୍ଚ କରାଯାଉଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *