Anil ambani 1 1068x601

ଅନିଲ ଅମ୍ବାନୀଙ୍କ ବାସଭବନ, କାର୍ଯ୍ୟାଳୟରେ ଚଢଉ, ୩୦୦୦ କୋଟିର ସମ୍ପତ୍ତି ଜବତ

Spread the love

ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ପୁଣେ, ଥାଣେ, ହାଇଦରାବାଦ, ଚେନ୍ନଇ ଏବଂ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି। ସୂଚନାଯୋଗ୍ୟ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଭଳି କମ୍ପାନୀ ତରଫରୁ ବିଭିନ୍ନ ସୂତ୍ରରୁ ଆଦାୟ କରାଯାଇଥିବା ଅର୍ଥକୁ ହେରଫେର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ରିଲାଏନ୍ସ ହୋମ ଫାଇନାନ୍ସରେ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୨୦୪୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଥିଲା। ତେବେ ଏହି ଅର୍ଥକୁ ଉପଯୁକ୍ତ ଭାବେ ବିନିଯୋଗ କରାଯାଇନଥିବା ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଦାଏର କରାଯାଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *