War n

ଆଫଗାନିସ୍ତାନକୁ ପାକିସ୍ତାନର ଧମକ, ଶାନ୍ତି ଚୁକ୍ତି ବିଫଳ ହେଲେ ସିଧାସଳଖ ଯୁଦ୍ଧ

Spread the love

ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ। ଇସ୍ତାନବୁଲ ଶାନ୍ତି ଚୁକ୍ତି ବିଫଳ ହେଲେ ଆଫଗାନିସ୍ତାନ ସହ ସିଧାସଳଖ ଯୁଦ୍ଧ । ତାଲିବାନ ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଆଜି ଶାନ୍ତି ଚୁକ୍ତି ହେବାର ଅଛି । ଯଦି ଏହି ଚୁକ୍ତି ବିଫଳ ହୁଏ, ତେବେ ଆମ ପାଖରେ ବିକଳ୍ପ ରାସ୍ତା ଅଛି । ଆଫଗାନିସ୍ତାନ ସହ ଆମେ ମୁହାଁମୁହିଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛୁ । ସାମ୍ବାଦିକଙ୍କୁ ସୂଚନା ଦେଇ ଏହା କହିଛନତି ଖ୍ବାଜା ଆସିଫ । ତେବେ ଚଳିତ ମାସରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଅଘୋଷିତ ଯୁଦ୍ଧ ହୋଇଛି।

ପାକିସ୍ତାନର ଏୟାରଷ୍ଟ୍ରାଇକ୍ ଓ ଆଫଗାନର କାଉଣ୍ଟର ଆଟାକ୍ ରେ ଉଭୟ ରାଷ୍ଟ୍ରର ଶତାଧିକ ସୈନିକଙ୍କ ମୃତ୍ୟୁ ହୋଇଛି। ପରବର୍ତ୍ତୀ ସମୟରେ ଉଭୟ ରାଷ୍ଟ୍ରଙ୍କ ସହମତିରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲା। ତୁର୍କୀର ଇସ୍ତାନବୁଲରେ ଯୁଦ୍ଧବିରତି ନେଇ ଶାନ୍ତି ଚୁକ୍ତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଏହା ପୂର୍ବରୁ ଦୋହାରେ କତାର ଓ ତୁର୍କୀର ମଧ୍ୟସ୍ଥତାରେ ଗତ ୧୯ରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସରିଛି। .

Leave a Reply

Your email address will not be published. Required fields are marked *