1 22

ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ଭୀଷଣ ବର୍ଷାରେ ପ୍ରଭାବିତ ହେବ ୧୫ ଜିଲ୍ଲା !

Spread the love

ଭୁବନେଶ୍ୱର  : ଓଡ଼ିଶାକୁ ବାତ୍ୟା ଭୟ ନାହିଁ ।  କିନ୍ତୁ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ।  ପ୍ରଭାବିତ ହୋଇପାରେ ୧୫ ଜିଲ୍ଲା। ଦକ୍ଷିଣ ଓ ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ଆଶଂକା। ଯଦି ବାତ୍ୟା ତାର ଗତିପଥ ବଦଳାଏ, ତେବେ ବି ସରକାର ମୁକାବିଲା ପାଇଁ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ବାତ୍ୟାର ପ୍ରକୋପ ଯାହା ହେଲେ ବି ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଜଳ ସଂପଦ, ପଞ୍ଚାୟତିରାଜ, କୃଷି, ସ୍ବାସ୍ଥ୍ୟ, ଶକ୍ତି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ। ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି କରାଯାଇଛି।

ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର ପ୍ରସ୍ତୁତ। ଯଦି କେହି ପାଣି ଘେରରେ ରୁହନ୍ତି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ଭୂସ୍ଖଳନ ହେଲେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି। କେହି ଭୟଭୀତ ନହେବାକୁ ଅପିଲ କରିଛନ୍ତି ରାଜସ୍ବ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *