Bbsr t

ଏୟାରହୋଷ୍ଟ୍ରେସ୍‌ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

Spread the love

ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏୟାରହୋଷ୍ଟ୍ରେସ୍‌ଙ୍କର ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ବିବାହିତ ହୋଇ ବି ଏୟାରହୋଷ୍ଟ୍ରେସ୍‌ ଙ୍କ ସହ ଉମାକାନ୍ତ ସମ୍ପର୍କ ରଖିଥିଲେ। ଦୀପାବଳି ଦିନ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ୍‌ ଡିଜିଏମ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *