Tejashwiyadav 1068x712

ବିହାର ନିର୍ବାଚନ: ତେଜସ୍ଵୀ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Spread the love

ବିହାର: ବିହାର ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛନ୍ତି। ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ବିରୋଧୀ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବି ତେଜସ୍ଵୀ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହା ଉପରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ନୀରବ ରହିଥିଲେ। ସେବେଠାରୁ ତେଜସ୍ଵୀ ହିଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଜଣାପଡ଼ୁଥିଲା। କେବଳ ଘୋଷଣାକୁ ଅପେକ୍ଷା ରହିଥିଲା।

ଏହାବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରାଯାଇଛି। ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ବିରୋଧୀ ମେଣ୍ଟରେ କଂଗ୍ରେସ ରହିଥିଲେ ବି ଏହି ଦଳରୁ କୌଣସି ନେତା ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇନାହାନ୍ତି। ବିରୋଧୀ ମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ ବିବାଦ ରହିଥିଲା। ଶେଷରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପାଟନାରେ ପହଞ୍ଚି ସବୁଦଳ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ଵୀଙ୍କ ନାଁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *