କର୍ଣ୍ଣାଟକ ସରକାରଙ୍କୁ ଝଟକା: ଆରଏସଏସ ପଦଯାତ୍ରାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରଏସଏସର ଏକ କାର୍ଯ୍ୟକ୍ରମକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି । ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେଙ୍କ ନିର୍ବାଚନମଣ୍ଡଳୀ ଚିତ୍ତପୁରରେ, ଶାନ୍ତି ଏବଂ ଆଇନ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଦର୍ଶାଇ କର୍ତ୍ତୃପକ୍ଷ ରବିବାର ଦିନ ଆରଏସଏସର ପଦଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ତଥାପି, କୋର୍ଟ ଆରଏସଏସକୁ ଅନୁମତି ପ୍ରଦାନ କରିଛନ୍ତି। ଆଜି ଆରଏସଏସ ପଦଯାତ୍ରା ପାଇଁ ଅନୁମତି ପ୍ରତ୍ୟାଖ୍ୟାନ କରାଯିବା ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
