Maoists 1068x601

ଆତ୍ମସମର୍ପଣ କଲେ ୧୭୦ ମାଓବାଦୀ

Spread the love

ଛତିଶଗଡ଼: ଛତିଶଗଡ଼ ପୁଲିସ ନିକଟରେ ୧୭୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏତେ ସଂଖ୍ୟକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ରସ୍ରୋତରେ ସାମିଲ ହେବାକୁ ଆଗେଇ ଆସିବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ ସଦସ୍ୟ ସଂଗଠନ ଛାଡ଼ିଛନ୍ତି।

ଆତ୍ମସମର୍ପଣ କରିଥିବା ଏହି ସଦସ୍ୟମାନଙ୍କୁ ଜଗଦଲପୁର ଅଣାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏବଂ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ମାଓବାଦୀମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ।

ସୂଚନାଯୋଗ୍ୟ, ମାଓବାଦୀ ନେତା ଭୂପତି କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ(ସିଆରବି)ର ମଙ୍ଗ ଧରିଥିଲା। ପଲିଟ ବ୍ୟୁରୋ ସଦସ୍ୟ ରୂପେ ସେ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିଲା।

Leave a Reply

Your email address will not be published. Required fields are marked *