Crime against women2 647 770x4 0

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

Spread the love

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର କହିଛନ୍ତି ଯେ, ମାମଲାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ ହୋଇଛି। ପୀଡ଼ିତା ଦେଇଥିବା ମନ୍ତବ୍ୟ ଏବଂ ତଥ୍ୟପ୍ରମାଣ ଆଧାରରେ ତାଙ୍କୁ ଗଣଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଛି। ଦୁଷ୍କର୍ମରେ କେବଳ ଜଣେ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି। ପୀଡ଼ିତା ନିଜେ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି କମିଶନର କହିଛନ୍ତି।

Leave a Reply

Your email address will not be published. Required fields are marked *