Eco nobel 1068x601

ଅର୍ଥନୀତିରେ ଜୋଏଲ ମୋକିର, ଫିଲିପ ଆଘିଅନ ଓ ପିଟର ହାଓ୍ବିଟ।ଙ୍କୁ ନୋବେଲ

Spread the love

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ କ୍ରନର ପ୍ରଦାନ କରାଯିବ। ସେଥିରୁ ଜୋଏଲ ମୋକିରଙ୍କୁ ଅଧା ଏବଂ ଅନ୍ୟ ୨ ଜଣଙ୍କୁ ଅଧା ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରାଯିବ।

ଜୋଏଲ ମୋକିର ନେଦରଲାଣ୍ଡର ଲିଡେନଠାରେ ୧୯୪୬ରେ ଜନ୍ମଗ୍ରହଣ କରିଥିଲେ। ସେ ହରବ୍ୟୁ ବିଶ୍ଵବିଦ୍ୟାଳୟରୁ ୧୯୬୮ରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଫିଲିପ ଆଘିଅନ ୧୯୫୬ରେ ଫ୍ରାନ୍ସର ପ୍ୟାରିସରେ ଏବଂ ପିଟର ହାଓ୍ବିଟ ୧୯୪୬ରେ କାନାଡ଼ାରେ ଜନ୍ମଲାଭ କରିଥିଲେ।

Leave a Reply

Your email address will not be published. Required fields are marked *