Taqeer 1068x601

ବରେଲୀ ହିଂସା: ଗିରଫ ହେଲେ ମୌଲାନା ତକୀର ରାଜା

Spread the love

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବରେଲୀରେ ‘ଆଇ ଲଭ୍‌ ମହମ୍ମଦ’ ପୋଷ୍ଟରକୁ ନେଇ ଘଟିଥିବା ହିଂସାର ମାଷ୍ଟର ମାଇଣ୍ଡ ମୌଲାନା ତକୀର ରାଜାଙ୍କୁ ଗିରଫ କରିଛି ପୁଲିସ। ତକୀରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ବି ଗିରଫ କରାଯାଇଛି। ଗିରଫ ପରେ ତକୀରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ପୁଲିସ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି। ଏହାବ୍ୟତୀତ ୨୦୦୦ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବରେଲୀର ବିଭିନ୍ନ ଥାନାରେ ୧୧ରୁ ଅଧିକ ଏତଲା ରୁଜୁ ହୋଇଛି। ହିଂସାକାଣ୍ଡ​‌ରେ ୧୭ ଜଣ ପୁଲିସ କର୍ମୀ ଏବଂ ୪୦ରୁ ଅଧିକ  ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଇ ଲଭ ମହମ୍ମଦ ପୋଷ୍ଟରକୁ ନେଇ କାନପୁର ଏବଂ ବରେଲୀରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମରାଯିବାରୁ ଏହାକୁ ବିରୋଧ କରି ତକୀର ରାଜା ଅନଶନ କରିବାକୁ ଧମକ ଦେଇଥିଲେ। ଏହା ପରେ ହଜାର ହଜାର ମୁସଲମାନ ତାଙ୍କୁ ସମର୍ଥନ କରି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ସେମାନେ ଏକ ଶେଭାଯାତ୍ରା କରିଥିଲେ। ଏହି ଅବସରରେ ବିକ୍ଷୋଭକାରୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହାଫଳରେ ହିଂସା ସୃଷ୍ଟି ହୋଇଥିଲା ଏବଂ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *