Anugul hospital

ପାରିବାରିକ କଳହରୁ ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା

Spread the love

ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ ର କାଳୀ ଚରଣ ପ୍ରଧାନଙ୍କର ଦୁଇ ପୁଅ ବଡ ପୁଅ ନୀଳ ମାଧବ ପ୍ରଧାନ ଏବଂ ସାନ ଜିଜ୍ଞାସୁ ପ୍ରଧାନ। ଶୁକ୍ରବାର ଅପରାହ୍ନ ସମୟରେ କାଳିଚରଣ ଦୁଇ ପୁଅଙ୍କୁ ସ୍କୁଲରୁ ନେଇ ଘରକୁ ଫେରୁଥିବାବେଳେ ବନ୍ତଳା ଥାନା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ବିଷ ପିଆଇଦେଇଥିଲେ । ଗ୍ରାମବାସୀମାନେ ଏହା ଦେଖି ଦୁଇ ନାବାଳକଙ୍କୁ ଉଦ୍ଧାର କରି  ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *