Sara

ହରଭଙ୍ଗା ବ୍ଲକରେ ୟୁରିଆର କୃତ୍ରିମ ଅଭାବ

Spread the love

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି।ଚାଷୀଙ୍କ ଚାହିଦା ଅନୁସାରେ ପ୍ୟାକ୍ସଗୁଡିକରୁ ୟୁରିଆ ସାର ମିଳୁନଥିବା ଅଭିଯୋଗ ହେଉଛି । ସାରର କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ସାରର ଏଭଳି କୃତ୍ରିମ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର ବୌଦ୍ଧ ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ଏସ.ଆର.ସି.ଏସ ଗଙ୍ଗାଧର କହଁର ,ହରଭଙ୍ଗା ସହକାରୀ କୃଷି ଅଧିକାରୀ ପରୁଷୋତମ ସାହୁ ,ସୁପରଫାଇଜର ଜ୍ୱଳନ୍ତ ନାଏକ ପ୍ରମୁଖ ମିଳିତ ଭାବେ କଂରଜକଟାସ୍ଥିତ ବାଣିଭୂଷଣପୁର,ପୁରୁଣାକଟକ,ତିଲେଶ୍ୱର,ମଥୁରା ଆଦି ପ୍ୟାକ୍ସ ଗୁଡିକରେ ମାରାଥନ ଚଢାଉ କରାଯାଇଥିଲା । ସେହିପରି ଗତ ସୋମବାର ଆଡଣେଗଡ ପ୍ୟାକ୍ସରେ ଚଡାଉ କରାଯାଇଥିଲା । ରେଜିଷ୍ଟର ଅନୁସାରେ ଆଡେଣିଗଡ ପ୍ୟାକ୍ସ ଗୋଦାମରେ ସାର ପାଖାପାଖି ୪୦ ବସ୍ତା ଷ୍ଟକ କମ୍ ଥିବା ଚଢାଉ କରୁଥିବା ଟିମ ଜାଣିପାରିିଥିଲା । ସେହିପରି ମଥୁରା ପ୍ୟାକ୍ସରେ ସାର କ୍ରୟ /ବିକୟ ସର୍ମ୍ପକୀତ କୌଣସି ଖାତାଖତିଆନ ନଥିବା ଚଡାଉ ଟିମ୍‌ର ଯାଞ୍ଚ ସମୟରେ ଧରାପଡିଥିଲା । ଏ ନେଇ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ହରଭଙ୍ଗା ବ୍ଲକ ଅଧିନରେ ସାର ବିକ୍ରୟ ପାଇଁ ୧୩ଟି ପ୍ୟାକ୍ସ ଏବଂ ୩୭ଟି ବେସରକାରୀ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ।ଏହା ସତ୍ୱେ ୟୁରିଆ ସାର ମିଳୁନଥିବାରୁ ଚାଷି ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *