Top 11 Famous Temple In Puri Scaled 1 1536x865

ଛତିଶା ନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ

Spread the love

ପୁରୀ  : ପୁରୀ ନୀଳାଦ୍ରି ଭକ୍ତନିବାସରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ। ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ।
ବିଶେଷ ନୀତିକାନ୍ତି ସମୟରେ କାଠରେ ତିଆରି ରାମ୍ପକୁ କିଭଳି ଅପସାରଣ କରାଯିବ, ମହିଳା, ପୁରୁଷ, ଛୋଟପିଲା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ନାଟମଣ୍ଡପରେ କିଭଳି ଶୃଙ୍ଖଳିତ ଭାବେ ଧାଡ଼ିରେ ଦର୍ଶନ କରିପାରିବେ ସେନେଇ ବୈଠକରେ ବିଭିନ୍ନ ସେବକ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।
ସେପଟେ ଛତିଶା ନିଯୋଗ ବୈଠକର ପରଦିନ ଅର୍ଥାତ ସେପ୍ଟେମ୍ବର ୩ରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ନୂତନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାରଙ୍କ ଦ୍ବାରା ମନୋନୀତ ୧୦ଜଣ ନୂତନ ସଦସ୍ୟକୁ ସ୍ୱାଗତ କରାଯିବା ସହ ନୂତନ ସବ୍‌କମିଟି ଗଠନ କରାଯିବ। ଛତିଶାନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ଉପରେ ଅନୁମୋଦନ ହୋଇଥିବା ନୀତିନିର୍ଘଣ୍ଟକୁ ପରିଚାଳନା କମିଟି ମୋହର ମାରିବ। ଏହାସହ ନାଟମଣ୍ଡପରେ ଧାଡ଼ି ଦର୍ଶନ, ରତ୍ନ ଅଳଙ୍କାର ଗଣତିମଣତି, ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବା ସହ ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ମଧ୍ୟ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *