Img 20250826 Wa00971

ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ ? କେବେ ହେବ ଘୋଷଣା

Spread the love

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ ମୋନରାଲ ଖଟ୍ଟରଙ୍କ ନାଁ ସାମ୍ନାକୁ ଆସୁଛି । ହେଲେ ଏହା କେବଳ ଚର୍ଚ୍ଚାରେ ହିଁ ରହିଯାଉଛି। ଏହାରି ଭିତରେ ଆଉ ଜଣେ ନୂଆ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କି କୁହାଯାଉଛି ଯେ ଏହି ନେତା ହିଁ ଆଗକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି । ଆଉ ସେ ହେଉଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ।

ତେବେ ଏହି ଚର୍ଚ୍ଚା ଏଥିପାଇଁ ଆରମ୍ଭ ହୋଇଛି ଯେତେବେଳେ, RSS ମୁଖ୍ୟ ମୋହନ ଭାଗବତଙ୍କ ସହ ଶିବରାଜ ସିଂହଙ୍କର ହୋଇଛି ଦୀର୍ଘ ୪୫ ମିନିଟ୍‌ର ସାକ୍ଷାତ କରିଛନ୍ତି ।
କୁହାଯାଉଛି ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ପରେ ବିଜେପି ସଭାପତି ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହା କୁହାଯାଉଛି, ବିଜେପି ସେପ୍ଟେମ୍ବର କାରଣ, ଆଗକୁ ବିହାର ନିର୍ବାଚନ ଅଛି, ଆଉ ବିହାର ନିର୍ବାଚନ ବିଜେପି ନୂଆ ସଭାପତିଙ୍କ ନେତୃତ୍ବରେ ଲଢ଼ିବ । ସେହିପରି ଗତ ଗୋଟିଏ ବର୍ଷ ଧରି ବିଜେପିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ନିର୍ବାଚନ ବିଳମ୍ବ ହେବାର ଏକ ପ୍ରମୁଖ କାରଣ ସଂଘ ଏବଂ ଦଳର ଶୀର୍ଷ ପରିଚାଳକଙ୍କ ମଧ୍ୟରେ ସମନ୍ୱୟର ଅଭାବ ବୋଲି କୁହାଯାଉଛି ।

ଶିବରାଜ ସିଂହ ଚୌହାନଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ହିନ୍ଦୀ ହାର୍ଟଲାଣ୍ଡ୍‌ରେ ବିଜେପିର ଏକ ବଡ଼ ବେସ୍‌ ତିଆରି ହୋଇଥିଲା। ଜଣେ ଓବିସି ନେତା ସତ୍ତ୍ବେ ସେ ସବୁ ବର୍ଗର ଲୋକଙ୍କ ଦ୍ବାରା ଆଦୃତ ହୋଇ ପାରିଛନ୍ତି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଶିବରାଜ ବିଜେପିର ସବୁଠୁ ପ୍ରମୁଖ ଚେହେରାଙ୍କ ମଧ୍ୟରେ ଅନ୍ୟତମ। ମଧ୍ୟପ୍ରଦେଶ ବିଜେପିକୁ ଏକ ନୂଆ ଦିଶା ଦେବାରେ ଯାହାଙ୍କ ଅବଦାନ ରହିଛି, ସେ ହେଉଛନ୍ତି ଶିବରାଜ ସିଂହ ଚୌହାନ। ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ଶିବରାଜ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଦସ୍ୟ ଭାବେ କରିଥିଲେ ପଲିଟିକାଲ ଡେବ୍ୟୁ। ୧୯୯୦ରେ ଆସିଥିଲେ ଆକ୍ଟିଭ ପଲିଟିକ୍ସକୁ। ବାସ୍‌ ସେବେଠାରୁ ରାଜନୀତିର ସୋପାନ ପରେ ସୋପାନ ଚଢ଼ି ଚାଲିଛନ୍ତି ସେ। ୨୦୦୫ରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ଯପ୍ରଦେଶରେ ଆରମ୍ଭ ହୋଇଥିଲା ପରିବର୍ତ୍ତନର ଏକ ନୂଆ ଯୁଗ।

ଦୀର୍ଘ ୧୬ ବର୍ଷର କାର୍ଯ୍ୟକାଳ ସମୟରେ ଶିବରାଜ ସ୍ବତନ୍ତ୍ର ଭାବେ ଗ୍ରାମୀଣ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଥିଲେ…ତାଙ୍କର‘ଲାଡ୍‌ଲି ଲକ୍ଷ୍ମୀ ଯୋଜନା’ ବାଳିକା କଲ୍ୟାଣ ଦିଗରେ ଜାତୀୟସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା…ସେହିପରି ‘ଭାବାନ୍ତର ଭୁଗ୍‌ତାନ୍‌ ଯୋଜନା’ ଚାଷୀଙ୍କ ଆୟବୃଦ୍ଧି ହେବାରେ ସହାୟକ ହେଲା…କେବଳ ଏତିକି ନୁହେଁ, ବିଜୁଳି ସଂଯୋଗରୁ ନେଇ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିବରାଜଙ୍କ ରହିଛି ଅନେକ ଅବଦାନ…ରୁଗ୍‌ଣ ରାଜ୍ୟରୁ ଅନ୍ୟତମ ବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଜ୍ୟ ଭାବେ ମଧ୍ୟପ୍ରଦେଶକୁ ଗଢ଼ି ତୋଳିବାରେ ତାଙ୍କର ରହିଛି ପ୍ରମୁଖ ଭୂମିକା…ସେହିପରି ଜାତିବାଦ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ଶିବରାଜ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରି ହିନ୍ଦୀ ହାର୍ଟଲାଣ୍ଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ…ଦୃଢ଼ ସଂଗଠକ, ପ୍ରାଶାସନିକ କ୍ଷେତ୍ରରେ ଅଭିଜ୍ଞତା ଆଦି ତାଙ୍କୁ ବିଜେପିର ଏକ ଜବରଦସ୍ତ ଆସେଟ୍‌ କରିପାରିଛି…

Leave a Reply

Your email address will not be published. Required fields are marked *