Ear

ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି

Spread the love

ରୁଷରେ ରବିବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରୁଷର କୁରିଲ ଦ୍ଵୀପ ଏବଂ କାମଚାତକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜର୍ମାନୀ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ଵୀପରେ ୬.୭ ଏବଂ କାମଚାତକାରେ ୬.୮ ରହିଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଭୂକମ୍ପ ପରେ ସୁନାମୀ ଆସିବା ନେଇ ସତର୍କତା ଜାରି କରାଯାଇଛି।

ଗତ ୩୧ ତାରିଖରେ ରୁଷର କାମଚାତକାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଥିଲା। ଏହି ଭୂକମ୍ପ ପରେ ରୁ​‌ଷ, ଜାପାନ, ଚୀନ ଏବଂ ଆମେରିକା ପାଇଁ ସୁନାମୀ ସତର୍କତା ଜାରି କରାଯାଇଥିଲା। ଭୂକମ୍ପର କିଛି ଘଣ୍ଟା ପରେ ୧୦ ଫୁଟ ଉଚ୍ଚର ସୁନାମୀ ଆସିଥିଲା।

Leave a Reply

Your email address will not be published. Required fields are marked *