Zzzzzz

ପ୍ରାଚୀନ ଶିବ ମନ୍ଦିରକୁ ନେଇ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ

Spread the love

ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା ଶେଷରେ ଏକ ସଂଘର୍ଷର ରୂପ ନେଇଛି ।
କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ଥାଇ ବାୟୁସେନା ପକ୍ଷରୁ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରାଯାଇଛି ।
କାମ୍ବୋଡିଆ ପକ୍ଷରୁ ଥାଇଲାଣ୍ଡ ଉପରେ ରକେଟ ମାଡ଼ କରାଯିବା ପରେ ତାହାର ଜବାବରେ ଥାଇ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ଥାଇ ବାୟୁସେନା ପକ୍ଷରୁ ଏଫ-୧୬ ଲଢୁଆ ବିମାନ ବ୍ୟବହାର କରାଯାଇଛି । ସୀମାରେ ଉଭୟ ଦେଶର ସେନା ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଓ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ପକ୍ଷର ଗୁଳିମାଡ଼ ଏବଂ ରକେଟ ଆକ୍ରମଣରେ ୯ ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ହିଂସାତ୍ମକ ରୂପ ନେବା ଏହା ପ୍ରଥମ ଥର ନୁହେଁ। କିନ୍ତୁ ଏଥର ମାମଲାଟି ଅଧିକ ଗମ୍ଭୀର ହେଉଥିବା ପରି ମନେ ହେଉଛି କାରଣ ଉଭୟ ପକ୍ଷର ସେନା ପୂର୍ଣ୍ଣ ବଳ ସହିତ ସାମ୍ନାରେ ଅଛନ୍ତି । ଉଭୟ ଦେଶର ସୀମାରେ ଥିବା ଏକ ପ୍ରାଚୀନ ଶିବ ମନ୍ଦିର ‘ପ୍ରସାତ ତା ମୁଏନ ଥୋମ’କୁ ନେଇ ବିବାଦ ରହିଛି ।
ଏହି ମନ୍ଦିର ୮୦୦ ବର୍ଷ ପୁରୁଣା। ଏହାକୁ କାମ୍ବୋଡିଆର ଖେମର ବଂଶର ଶାସକମାନେ ନିର୍ମଣ କରିଥିଲେ । ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବିବାଦ ରହିଛି।
ଯେଉଁ ମନ୍ଦିର ପାଇଁ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଯୁଦ୍ଧ କରୁଛନ୍ତି ତାହାରା ନାମ ହେଉଛି ‘ପ୍ରସାତ ତା ମୁଏନ ଥୋମ’ । ଏହି ମନ୍ଦିରରେ ଭଗବାନ ଶିବଙ୍କ ଏକ ମୂର୍ତ୍ତି ଅଛି। ଏହି ମନ୍ଦିର ଯେଉଁ ସ୍ଥାନରେ ଅବସ୍ଥିତ ତାହା ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆର ସୀମା। ଏହି ଅଞ୍ଚଳ ଉଭୟ ଦେଶ ପାଇଁ ସାଂସ୍କୃତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏଠାରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ୮୦୦ ବର୍ଷ ପୁରୁଣା। ଏହାକୁ କାମ୍ବୋଡିଆର ଖେମର ବଂଶର ଶାସକମାନେ ନିର୍ମଣ କରିଥିଲେ । ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବିବାଦ ରହିଛି। ଗତ ବୁଧବାର ଦିନ କାମ୍ବୋଡିଆର ରକେଟ ମାଡ଼ରେ ଥାଇଲାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଥାଇ ସେନା ଗୁରୁବାର ଏୟାରଷ୍ଟ୍ରାଇକ କରିଛି । ଗତ କିଛି ବର୍ଷ ଧରି ମନ୍ଦିରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ସମ୍ପ୍ରତି ଏହା ଉଗ୍ର ହୋଇ ଉଠିଥିଲା ଯେତେବେଳେ ଫେବୃଆରୀରେ କିଛି କାମ୍ବୋଡିଆନ୍ ସୈନିକ ମନ୍ଦିର ଅଞ୍ଚଳରେ ପହଞ୍ଚି ସେଠାରେ ସେମାନଙ୍କର ଜାତୀୟ ସଙ୍ଗୀତ ଗାନ କରିବା ଆରମ୍ଭ କରିଥିଲେ। ଏହା ପରେ ଥାଇ ସୈନିକ ବି ସେଠାରେ ପହଞ୍ଚିଥିଲେ ଓ ବିବାଦ ବଢିଥିଲା ।

Leave a Reply

Your email address will not be published. Required fields are marked *