Untitled 2 Copy

ଅଢ଼େଇ ଲକ୍ଷ ଟଙ୍କାରେ ବିକୁଥିଲେ ବାଘଛାଲ, ଦୁଇ ଅଭିଯୁକ୍ତ ଗିରଫ

Spread the love

ଭୁବନେଶ୍ବର: ଘଞ୍ଚ ଜଙ୍ଗଲରେ ଶକ୍ତିଶାଳୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ ଜନ୍ତୁ ‘ବାଘ’ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିକାରୀ କବଳରୁ ବାଘମାନେ ଖସିପାରୁ ନାହାନ୍ତି। ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ତଥା କମ ସମୟରେ ଲକ୍ଷପତି ହେବା ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହାନ୍ତି। ରାଜଧାନୀ ଭୁବନେଶ୍ବରରେ ଆଜି ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଏସ୍‌ଟିଏଫ୍‌। ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଭୁବନେଶ୍ୱରରେ ବାଘ ଛାଲ ଡ଼ିଲ ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଫନ୍ଫୋଭ୍ୟାଲି ରୋଡ଼ରେ ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି କରିବା ପାଇଁ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେI ତେବେ ଏହି ଡିଲ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ଅତର୍କିତ ଚଢ଼ାଉ କରିଥିଲା।
ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀ କହିଛନ୍ତି, ବାଘ ଛାଲ ଜବତ କରାଯାଇଛି। ଯେଉଁ ବାଘକୁ ଶିକାର କରାଯାଇଛି, ଏହାର ବୟସ ପାଖାପାଖି ୧୦ ବର୍ଷ ହେବ। ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ବାଘ ଶିକାର କରାଯାଇଥିଲା। ବାଘ ଛାଲ ଜବତ ହୋଇଛି। କିନ୍ତୁ ବାଘର ଅନ୍ୟ ସବୁ ଜିନିଷ ମିଳିପାରି ନାହିଁI ବାଘର ନଖ, ମାଂସ, ଦାନ୍ତ ଆଦି କୁଆଡେ ଗଲା ସେନେଇ ଖୋଳତାଡ଼ ଜାରି ରହିଛି। ଏସ୍‌ଟିଏଫ୍‌ ଟିମ୍‌ ବାଘର ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ସର୍ଜମିନ ତଦନ୍ତ ଆରମ୍ଭ କରାଯିବା।

Leave a Reply

Your email address will not be published. Required fields are marked *