Screenshot 2025 07 21 173329 100

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଶପଥ ଗ୍ରହଣ

Spread the love

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ସୋମବାର ଦିନ ଜଷ୍ଟିସ ମାନସ ରଞ୍ଜନ ପାଠକ ଶପଥ ଗ୍ରହଣ କରିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଜଷ୍ଟିସ ମାନସ ପାଠକଙ୍କୁ ଶପଥ ପାଠ କରାଇଥିଲେ।

ଜଷ୍ଟିସ ପାଠକ ପୂର୍ବରୁ ଗୌହାଟି ହାଇକୋର୍ଟର ବିଚାରପତି ଥିଲେ। ସୁପ୍ରିମକୋର୍ଟ ମେ ମାସରେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଜୁଲାଇ ୧୪ରେ ତାଙ୍କ ସ୍ଥାନାନ୍ତରଣ ନେଇ ସୂଚିତ କରିଥିଲା। ତେବେ ତାଙ୍କ ଯୋଗଦାନ ସହିତ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକ୍ଷମ କ୍ଷମତା ୨୦କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *