Screenshot 2025 07 20 144443 1

ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା ପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା ନୃଶଂସ ସ୍ବାମୀ

Spread the love

ସୁନ୍ଦରଗଡ:ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଛି।

ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ ଓରାମକୁ ଅଟକ ରଖିଛି । ମୃତ ମହିଳା ଜୟନ୍ତୀ କୁଜୁର ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ କର୍ମୀ ଥିଲେ । ଗତକାଲି ଜଡ଼ାରୁ ହଠାତ ଅଙ୍ଗନଓ୍ବାଡ଼ି କର୍ମୀ ଜୟନ୍ତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା।

ଗତକାଲି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ମୃତଦେହ ପୂରାଇ ଅଭିଯୁକ୍ତ ସ୍ବାମୀ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଅଖାକୁ ଫୋପାଡି ଦେଇଥିବା ନେଇ ଆତ୍ମସମର୍ପଣ ପରେ ପୋଲିସକୁ କହିଛନ୍ତ। ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ପୋଲିସ ଅଗ୍ନିଶମ ବାହିନୀର ସହାୟତା କ୍ରମେ ନଦୀରେ ଖୋଜାଖୋଜି କରୁଛି।

Leave a Reply

Your email address will not be published. Required fields are marked *