Balasore Fm College Student Is B

ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି : ଏମ୍‌ସ ନିର୍ଦ୍ଦେଶକ

Spread the love

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଲେଶ୍ବର FM କଲେଜ ଛାତ୍ରୀ। ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। ଗତକାଲିଠୁ ଏମ୍‌ସରେ ଚିକିତ୍ସାଚାଲିଥିଲେ ବି ଛାତ୍ରୀ ଜଣଙ୍କର ଅବସ୍ଥାରେ କିଛି ସୁଧାର ଆସିନି। ଆଜି ସକାଳେ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଦେଇଥିବା ସୂଚନାରେ କହିଛନ୍ତି ଯେ ଛାତ୍ରୀ ଜଣକ ଅତି ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି।

ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ପୀତିଡ଼ାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି। ଇଣ୍ଟରନାଲ୍‌ ଆଘାତ ହେବା ସହ କିଡ୍‌ନୀ ବି ପ୍ରଭାବିତ ହୋଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି। ୧୨ ଜଣିଆ ଡାକ୍ତରୀ ଦଳ ଛାତ୍ରୀଙ୍କ ଚିକିତ୍ସାରେ ନିୟୋଜିତ ରହିଛନ୍ତି।

ସେପଟେ ପ୍ରିନ୍ସିପାଲ ଓ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା । ସେ କହିଛନ୍ତି ମୋ ଝିଅକୁ ପ୍ରିନ୍ସିପାଲ ମାନସିକ ନିର୍ୟାତନା ଦେଇଛନ୍ତି । ପ୍ରିନ୍ସିପାଲ କହିଥିଲେ ସବୁ ଭୁଲ୍‌ ଝିଅର, ଏଚଓଡିଙ୍କର କିଛି ଭୁଲ୍ ନାହିଁ ।ଅଭିଯୋଗ ଉଠାଇବାକୁ ଝିଅକୁ ବାଧ୍ୟ କରାଯାଇଥିଲା । ଏମିତିକି କଲେଜରୁ ବହିଷ୍କାର କରି ଦେବାକୁ ଧମକ ଦିଆଯାଇଛି । ଯେଉଁଥିପାଇଁ ଝିଅ ଆତ୍ମହୁତି ଉଦ୍ୟମ କରିଥିଲା ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ପରେ ଏଚଓଡି ଝିଅର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ । ମୋ ବିରୋଧରେ ଗଲେ ୬ ବର୍ଷ ଯାଏଁ ବ୍ୟାକ୍ ଲାଗିବ ବୋଲି କହି ଧମକାଇଥିଲେ । ଏଚଓଡିଙ୍କ ପାଇଁ ମୋ ଝିଅର ବ୍ୟାକ୍ ମଧ୍ୟ ଲାଗିଛି । ହେଲେ ମୋ ଝିଅ ବହୁତ ଭଲ ପାଠ ପଢେ । ପୀଡ଼ିତାଙ୍କ ବାପା କହିଛନ୍ତି, ପ୍ରିନ୍ସିପାଲଙ୍କ ପାଖକୁ ଯାଇ କହିଥିଲି, ଝିଅକୁ ଦୟା କରନ୍ତୁ । କଲେଜର ଅନ୍ୟ ୮ ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା । ହେଲେ ଆମ ଝିଅକୁ ଅନୁମତି ଦେଲେନାହିଁ ।ଏହି ଘଟଣାରେ ଝିଅ ମୋର ଥାନାରେ ଏତଲା ଦେବାକୁ କହିତିଲା ହେଲେ ତାକୁ ମୁଁ ରୋକିଥିଲି ଆଉ ଶନିବାର ପ୍ରିନ୍ସିପାଲ ଚାମ୍ବରରୁ ଆସି ମୋ ଝିଅ ମାନସିକ ଭାରାକ୍ରାନ୍ତ ହରାଇ ଏଭଳି ପଦକ୍ଷେପ ନେଇଛି । ଯଦି କିଛି ନା କିଛି ଘଟଣା ହୋଇଛି ତାହା ସାମ୍ନାକୁ ଆସୁ । ସରକାର ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ପୀଡ଼ିତାଙ୍କ ବାପା ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *