ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି: ଆଇନ୍ ମନ୍ତ୍ରୀ
ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି। ରଥଯାତ୍ରା ପ୍ରସଙ୍ଗରେ ରାହୁଲ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ। ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥାଏ। ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ନନ୍ଦିଘୋଷ ଗଡ଼ିବାରେ ବିଳମ୍ବ ହୋଇଥିଲା। ତେଣୁ ବାସ୍ତବତା ଠାରୁ ଦୁରେଇ ଯାଇ ଏଭଳି ମନଗଢ଼ା କାହାଣୀ କହି ବିରୋଧୀ ଲୋକଙ୍କୁ ଭ୍ରମିତ କରନ୍ତୁ ନାହଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
