Jai

ରାହୁଲ ଗାନ୍ଧୀଙ୍କ ଭା‌ଷଣ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା: ଜୟନାରାୟଣ

Spread the love

ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡାରେ ଆୟାଜିତ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗର୍ଜିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀ ଭା‌ଷଣ ମାଧ୍ୟମରେ ଟାର୍ଗେଟ କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହାର କଡ଼ା ଜବାବ ଦେଇଛନ୍ତି।

ବିଜେପିର ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ସମ୍ବିଧାନକୁ ଆମେ ବଞ୍ଚାଉଛୁ। କଂଗ୍ରେସ ସମ୍ବିଧାନକୁ ଧର୍ଷଣ କରିଥିଲା। ଧାରା ୩୭୦ ଲଗାଇ ରାଜ୍ୟରାଜ୍ୟ ଭିତରେ ପ୍ରାର୍ଥକ୍ୟ ଆଣିଥିଲା। ଆମେ ଏହି ଧାରା ଉଠାଇ ଏଥିରେ ସମାନତା ଆଣିଛୁ। ସ୍ୱଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ। ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ। ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆଦାନୀକୁ ସେମାନେ କେତେ କାମ ଦେଇଛନ୍ତି, ସେକଥା କୁହନ୍ତୁ। ରାହୁଲ ଭାଷଣ ଟିକେଟିକେ କହି ଶିଖିବାରୁ ତାଙ୍କୁ ଧନ୍ୟବାଦ। କିନ୍ତୁ ତାଙ୍କର ଭାଷଣରେ ତଥ୍ୟ ରହୁନାହିଁ ନାହିଁ।ଗୋଟେ ଅପରିପକ୍ୱ, ପଂଚାୟତସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା। ଏକ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା।

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି। ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି। କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି? ସୁଭଦ୍ରା ଟଙ୍କା ମାଧ୍ୟମରେ ମହିଳାଙ୍କୁ ସଶକ୍ତୀକରଣ କରାଯାଇଛି। ବର୍ତ୍ତମାନ ରାସ୍ତା ୟୁରୋପିଅନ ଦେଶ ଭଳି ହୋଇଛି, କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା।

ମହିଳା ନିଖୋଜ ସବୁଠୁ ଚିନ୍ତାଜନକ ଅଧିକ ଥିଲେ ବିଜେଡ଼ି ସରକାରରେ। ରାହୁଲ ଗାନ୍ଧୀ ତଥ୍ୟ ଦିଅନ୍ତୁ। ସେ ଯଦି ତଥ୍ୟ ଦେବେ ଓଡିଶା ପୋଲିସ ଖୋଜି ବାହାର କରିବେ।
ବିଧାୟକ ଜୟନାରାୟଣ ମିଶ୍ର ତୃଣମୂଳ କଂଗ୍ରେସ ସାଂଦ ମହୁଆ ମୈତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହୁଆ ମୈତ୍ର ଓଡ଼ିଶାର ନୂଆ ବୋହୂ ହୋଇଛନ୍ତି। ସେ ଓଡ଼ିଶାର ସ୍ୱାର୍ଥକୁ ବି ଦେଖନ୍ତୁ। ଓଡିଶାରେ ବାଂଲାଦେଶୀ ଲୋକ ଅଧିକ ହୋଇଯିବେ ଆଉ ଆମେ ଯଦି ସଂଖ୍ୟା ଲଘୁ ହୋଇଯିବୁ। ଏକଥା କଣ ମହୁଆ ମୈତ୍ର ଚାହୁଁଛନ୍ତି କି? ସେ ବାଂଲାଦେଶୀ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଜାଣି ନାହାନ୍ତି। ପଶ୍ଚିମବଙ୍ଗର ଗୋଟେ ଲୋକକୁ ମଧ୍ୟ ଓଡ଼ିଶାରୁ ବାହାର କରାଯିବ ଆମେ ତାହାର ପ୍ରତିବାଦ ମୁଁ କରିବୁ। ପଶ୍ଚିମବଙ୍ଗର କଥା ନୁହେଁ। ବର୍ମାର ରୋହିଜ୍ଞା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା ଆସୁଛି।ସେମାନଙ୍କୁ ବାହାର କରିବାକୁ ଆମେ ଦାବି କରୁଛୁ।

ଓଡିଶାରେ ବାଂଲାଦେଶୀ ମୁସଲିମ ସଂଖ୍ୟା ବଢ଼ିବାରେ ଲାଗିଛି। ବାଂଲାଦେଶରେ ଅପରାଧ କରି ଆମ ଓଡ଼ିଶାକୁ ଆସୁଛନ୍ତି। ଏମାନଙ୍କୁ ଚି଼ହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି। ଏମାନଙ୍କୁ ବାହାର ନ କଲେ ଆମେ ଆସାମ ଭଳି ସଂଖ୍ୟାଲଘୁ ରାଜ୍ୟରେ ପରିଣତ ହେବୁ। ବାଂଲାଦେଶୀ ଏବଂ ରୋହିଜ୍ଞାଙ୍କୁ ଓଡ଼ିଶା ନୁହେଁ ଭାରତରୁ ବାହାର କରାଯାଉ। ଆଧାରକାର୍ଡ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର କରୁଛନ୍ତି। ଭୋଟ ବ୍ୟାଙ୍କ ଆଧାରରେ ବିଜେଡ଼ି ସରକାର ତିଆରି କରିଥିଲେ।

‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ ଆମ କର୍ମୀମାନେ ହିଁ ଓଡ଼ିଶାର ରକ୍ଷା କରୁଛନ୍ତି। ବର୍ତ୍ତମାନର ସରକାର ଓଡ଼ିଶାର ଗରିବ ଲୋକଙ୍କର ସମ୍ପତ୍ତି ଲୁଟିବାରେ ଲାଗିଛନ୍ତି। ରାହୁଲ କହିଛନ୍ତି ଯେ ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ସେ କହିଛନ୍ତି ଯେ ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ୧ ଲକ୍ଷ ନୂଆ ଭୋଟର୍ କିପରି ଆସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି। ଓଡ଼ିଶାରେ ୫ରୁ ୬ଟି କମ୍ପାନୀକୁ ସମସ୍ତ ସମ୍ପତ୍ତି ଟେକି ଦିଆଯାଉଛି। ସେ କହିଛନ୍ତି ଯେ ସବୁବେଳେ ଜଳ, ଜମି ଓ ଜଙ୍ଗଲ ଆଦିବାସୀଙ୍କର। ଆଦିବାସୀଙ୍କୁ କିନ୍ତୁ ଜମିପଟ୍ଟା ଦିଆଯାଉନାହିଁ। ଆଦିବାସୀଙ୍କ ପାଇଁ ପେସା ଆଇନ ଲାଗୁକରାଯାଇନାହିଁ। ରାହୁଲ କହିଥିଲେ ଯେ ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ। ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ, ଏଥିପାଇଁ ମୋଦୀ ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି।

Leave a Reply

Your email address will not be published. Required fields are marked *