Reaf

ମୋଦୀଙ୍କୁ ସ୍ବାଗତ କରିବା ପାଇଁ ବରବେଶରେ ସଂସଦରେ ପହଞ୍ଚିଥିଲେ ସାଂସଦ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମୋଦୀ ପ୍ରଥମେ ଦକ୍ଷିଣ ଆଫ୍ରିକାର ଘାନାରେ ଯାଇ ପହଞ୍ଚିଥିଲେ। ଘାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସାଂସଦ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ଏବଂ ଶାଢ଼ି ପିନ୍ଧି ସଂସଦରେ ପହଞ୍ଚିଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ସୁନ୍ଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ସାଂସଦ ଲେହେଙ୍ଗା ପିନ୍ଧିଥିବା ବେଳେ ଜଣେ ପୁରୁଷ ସାଂସଦ ବର ପରି ସଜେଇ ହୋଇ ଶେରୱାନି ଏବଂ ପଗଡି ପିନ୍ଧି ସଂସଦରେ ପହଞ୍ଚିଥିଲେ। ଘାନାର ଏହି ସାଂସଦଙ୍କୁ ଭାରତୀୟ ପୋଷାକରେ ସଜେଇ ହୋଇଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ ଖୁସି ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *