Highcourt 750x430 1

ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

Spread the love

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ କରିବା ଅମାନବୀୟ ବୋଲି କହିଥିଲେ। ଏହି ରାୟ ବିରୋଧରେ ରାଜ୍ଯ ସରକାର ଆବେଦନ କରିଥିଲେ।

ବର୍ତ୍ତମାନ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ପ୍ରସବ କାଳୀନ ଛୁଟି ପାଇବାକୁ ଯୋଗ୍ୟ। ପୂର୍ବ ଖଣ୍ଡପୀଠ ଦେଇଥିବା ରାୟକୁ ୮ ସପ୍ତାହ ମଧ୍ଯରେ କାର୍ଯ୍ୟକାରୀ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ୧୭ ଅଗଷ୍ଟ ୨୦୧୬ରୁ ୨୦୧୭ ଫେବ୍ରୁଆରୀ ୧୨ ଯାଏ ପ୍ରସବକାଳୀନ ଛୁଟି ଆବେଦନ କରିଥିଲେ। ଏଭଳି ଛୁଟି ପାଇଁ ଚୁକ୍ତି ଅନୁଯାଇ ସେ ଯୋଗ୍ଯ ନୁହନ୍ତି ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ବିଭାଗୀୟ ଅଧିକାରୀ । କିନ୍ତୁ ମହିଳାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *