Screenshot 2025 05 28 145239 750

ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Spread the love

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଅଛି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ। କୋଭିଡ୍‌ ରିପୋର୍ଟ ଆସିଲେ RTPCR କରିବୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ତେବେ ଆଜି ରାଜ୍ୟରେ ୫ ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀ ଭୟରେ ଅଛନ୍ତି।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ୍‌ର ଅସ୍ୱାଭାବିକ ସ୍ଥିତି ନାହିଁ। ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। କେନ୍ଦ୍ର ସରକାରଙ୍କ ଠାରୁ କୌଣସି ଗାଇଡ୍‌ ଲାଇନ ଆସିନାହିଁ। ୨୦୨୨ ଗାଇଡ୍‌ ଲାଇନ ଅନୁସାରେ ମେଡିକାଲ ମାନେ କାମ କରୁଛନ୍ତି। ଓଡିଶାରେ ଆଜି ୫ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଅବସରଭେସନରେ ରଖାଯାଇଛି।

ଉକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ତାଙ୍କ ପରିବାରରେ ଯଦି କୌଣସି ଲୋକଙ୍କର ଲକ୍ଷଣ ଥାଏ ତେବେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ସତର୍କ ରହିବାକୁ କହିଛନ୍ତି। COVID-19 ପ୍ରୋଟୋକଲ ଅନୁସରଣ କରିବାକୁ କୁହାଯାଇଛି। ଯଦିଓ ରାଜ୍ୟରେ ମାମଲା କମ୍ ଅଛି, ତଥାପି ଏହି ମାମଲା ଆହୁରି ନବ୍ୟାପିବା ପାଇଁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *