Wrerwe

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

Spread the love

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ଦୁଇଟି ଦୋକାନ ରହିଛି।

ଏହି ଦୁଇଟି ଦୋକାନର ମାଲିକାନା ଦୁଇ ଭାଇଙ୍କ ନାଁକୁ ଟ୍ରାନ୍ସଫର କରିବାକୁ ବାରିପଦା ପୌରପରିଷଦରେ ଆବେଦନ କରିଥିଲେ। ଏହି କାର୍ଯ୍ୟ ପାଇଁ କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ଦେଲେ ଦୁଇ ଭାଇଙ୍କ ନାଁକୁ ଦୋକାନର ମାଲିକାନା ଟ୍ରାନ୍ସଫର କରିବେ ବୋଲି କହିଥିଲେ।

ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ। କିରାଣି ଗୋପାଳ ପ୍ରଧାନଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *