ଆତଙ୍କିତ ହୁଅନ୍ତୁ ନାହିଁ, ପ୍ରଚୁର ତୈଳ ମହଜୁଦ୍ ଅଛି-ଆଇଓସିଏଲ୍
ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ଆତଙ୍କିତ ନହେବାକୁ ସବୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଆଇଓସିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ରହିଛି । ଯୋଗାଣ ଲାଇନ ଗୁଡିକ ସୁଗମ ଭାବରେ କାର୍ଯ୍ୟ କରୁଛି । ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ରହିଛି ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯୁଦ୍ଧ ଭଳି ସ୍ଥିତି ଉପୁଜଲେ ସାଧାରଣ ଜନତାଙ୍କର ଭୟ ରହିଥାଏ ଯେ ତୈଳର ଅଭାବ ପଡିବ | ଏହିତ ପରି ପ୍ରେକ୍ଷୀରେ ଆଇଓସିଏଲ୍ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି ।