Image 2025 05 05t103727.446

ରାଜଧାନୀରେ ଲଜ୍ଜା; ମା’ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Spread the love

ଭୁବନେଶ୍ବର: ରାଜଧାନୀରେ ମାଆ ଓ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଶ୍ଲୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ରବିବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ସରୋଜ କୁମାର ବେହେରା ଓରଫ ରବି (୨୨) ବୋଲି ଜଣାପଡିଛି ।

ଅଭିଯୁକ୍ତ ରବି ପୀଡିତାଙ୍କ ଭଡ଼ାଘର ପାଖରେ ଅନ୍ୟଜଣଙ୍କ ଘରେ ଘରୋଇ ସହାୟକ ଭାବେ କାମ କରନ୍ତି । କୋର୍ଟଚାଲାଣ ପରେ ରବିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀଙ୍କ ସହ ରବିଙ୍କ ପରିଚୟ ହୋଇଥିଲା । ମା’, ଝିଅ ବାଥୁରମ୍‌ରେ ଗାଧୋଇବା ବେଳେ କୌଶଳ କରି ରବି ନିଜ ମୋବାଇଲରେ ଫଟୋ ଓ ଭିଡିଓ ଶୁଟ୍‌ କରି ବ୍ଲାକମେଲିଂ କରୁଥିଲା । ସେସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ମା’ ଓ ଝିଅଙ୍କୁ ଏକାଧିକଥର ବଳାତ୍କାର କରିଥିଲା ।

ପରେ ରବି ଉକ୍ତ ଫଟୋ ଓ ଭିଡିଓକୁ ପିଡ଼ୀତା ଏବଂ ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇଥିଲା ସ୍ବାମୀ ଏହା ଦେଖି ପଚାରିବାରୁ ଘଟଣା ବିଷୟରେ ନିଜ ପତ୍ନୀଙ୍କଠୁ ରବିଙ୍କ କଳା କାରନାମା ବିଷୟରେ ଜାଣିବାକୁ ପାଇଥିଲେ । ଏନେଇ ପୀଡିତା ମହିଳା ବରଗଡ଼ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ରବି ନାମରେ ପୂର୍ବରୁ ଯାଜପୁର ଥାନାରେ ଏକ ମାମଲା ରହିଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *