Prafula Malick 1619731697

ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ

Spread the love

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ନବୀନ ଯାହା କହିଲେ ବି ତାହାକୁ ସହଜରେ ମାନିପାରୁନାହାନ୍ତି ବିଜେଡିର ବରିଷ୍ଠ ନେତା | ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରଣ କରିଛନ୍ତି | ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ | ସେ କହିଛନ୍ତି ଯେ ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ | ଆମେ କେତେବେଳେ କେଉଁଠି ବସିବୁ ବ୍ୟକ୍ତିଗତ କଥା | ଆମେ ହୋଟେଲ୍‌ରେ ବସିପାରିବୁନି କହିବା ଠିକ୍‌ ନୁହେଁ | କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ | ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି | ସେହିପରି ପାଣ୍ଡିଆନକୁ ଚ୍ୟାଲେଞ୍ଜ କରି ପ୍ରଫୁଲ୍ଲ କହିଛନ୍ତି ଯେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ | ଯଦି ହସ୍ତକ୍ଷେପ କରୁନାହାନ୍ତି ସ୍ପଷ୍ଟ କରନ୍ତୁ |

ଉଲ୍ଲେଖ ଥାଉ କି ତିନିଦିନ ତଳେ ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇ ନବୀନ କହିଥିଲେ ଯେ କାର୍ତ୍ତିକେୟନ୍ ପାଣ୍ଡିଆନ ଉଭୟ ଦଳ ଓ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ସେ ୧୦ ମାସ ହେଲା ବିଜେଡି ଛାଡ଼ି ସାରିଛନ୍ତି। ସେ ଦଳର କୌଣସି କାମରେ ସଂପୃକ୍ତ ନାହାନ୍ତି। ତେଣୁ ବିଜେଡିର କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ।

ସେହିପରି ନବୀନ ପାଣ୍ଡିଆନଙ୍କୁ କେବଳ ପ୍ରଶଂସା କରିନଥିଲେ, ବରଂ ତାଙ୍କୁ କୌଣସି ପ୍ରକାର ସମାଲୋଚନା ନ କରିବାକୁ ସେ ବିଜେଡି ନେତାମାନଙ୍କୁ ଚେତାବନୀ ଦେଇଥିଲେ।କେବଳ ଏତିକିରେ ନବୀନ ଅଟକି ନଥିଲେ ବରିଷ୍ଠ ନେତାମାନଙ୍କୁ ନାଲି ଆଖି ଦେଖାଇଥିଲେ। ହୋଟେଲ୍‌ରେ କୌଣସି ଦଳୀୟ ବୈଠକ ପାଇଁ ସେ ଅନୁମତି ଦେଇ ନଥିଲେ । ବୈଠକ କରିବା ପାଇଁ ଶଙ୍ଖ ଭବନରେ ପର୍ଯ୍ୟାପ୍ତ ଜାଗା ଅଛି। ସେଠାରେ ବୈଠକ ନ କରି ହୋଟେଲ୍‌ରେ ବୈଠକ କରିବା ଉଚିତ ନୁହେଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *