Zz

ସସ୍ମିତ ପାତ୍ରଙ୍କ ନିଷ୍ପତ୍ତି ବଦଳାଇବା ପଛରେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା: ଦେବାଶିଷ

Spread the love

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୱାକଫ୍‌ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି। ଲୋକସଭା ପରେ ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହି ବିଲ୍‌କୁ ୧୨୮ ଜଣ ସାଂସଦ ସମର୍ଥନ ଜଣାଇଥିଲେ। ମାତ୍ର ୯୫ ଜଣ ସାଂସଦ ବିରୋଧ କରିଥିଲେ। ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ଅଧିକାଂଶ ସାଂସଦ ମଧ୍ୟ ୱାକଫ୍‌ ବିଲ୍‌କୁ ସମର୍ଥନ ଜଣାଇଥିବା ବେଳେ ଦେବାଶିଷ ସାମନ୍ତରାୟ କିନ୍ତୁ ସମର୍ଥନ କରି ନାହାନ୍ତି ବୋଲି କହିଛନ୍ତି।
ରାଜ୍ୟସଭାରେ ୱାକଫ୍‌ ବିଲ୍‌ ଗୃହୀତ ହେବାକୁ ୨ଦିନ ହୋଇସାରିଥିବା ବେଳେ ଏହାକୁ ନେଇ ବିଜେଡ‌ିରେ କମ୍ପନ ସୃଷ୍ଟି ହେଉଛି। ସମର୍ଥନ ପ୍ରସଙ୍ଗରେ ଜଣଙ୍କ ପରେ ଜଣେ ନେତା ବିସ୍ଫୋରକ ବୟାନ ଦେବାରେ ଲାଗିଛନ୍ତି। ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରି ନାହାନ୍ତି। ସେ କହିଛନ୍ତି, ମୁଁ ବୁଝିପାରିଲି ନାହିଁ ସଂସଦରେ କ’ଣ ହେଲା। ସେଥିପାଇଁ ମୁଁ ଭୋଟ ଦେଲିନି। ବିଲ୍‌କୁ ବିରୋଧ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ। ଶଙ୍ଖ ଭବନରେ ଏନେଇ ବିସ୍ତୃତ ଆଲୋଚନା ମଧ୍ୟ ହୋଇଥିଲା। ସାଥୀ ମୁନ୍ନା ଖାନ୍‌ ମଧ୍ୟ ଏହି ଆଲୋଚନାରେ। ଭୋଟ୍‌ ପୂର୍ବରୁ ମୁନା ଖାନ ମଧ୍ୟ କହିଥିଲେ ବିଜେଡି ଏହି ବିଲ୍‌କୁ ସମର୍ଥନ କରିବ ନାହିଁ। କିନ୍ତୁ କିଛି ଘଣ୍ଟା ପରେ ନିଷ୍ପତ୍ତି ବଦଳି ଯାଇଥିଲା। ହଠାତ କିଏ ନିଷ୍ପତ୍ତି ବଦଳାଇଲା ତାହା ଜାଣିନାହିଁ।
ଦେବାଶିଷ କହିଛନ୍ତି, ସଂଧ୍ୟା ସାଢ଼େ ୬ଟାରେ ସସ୍ମିତଙ୍କ ଏକ୍ସ ପୋଷ୍ଟରୁ ଜାଣିଲି। ଦଳର ହ୍ୱିପ୍‌ ନାହିଁ ବୋଲି ଏକ୍ସରୁ ଜାଣିଲି। ମୁଁ କାହା ସହ କଥା ହୋଇପାରିନି। ସବୁ ନେତା ମତେ ଫୋନ୍‌ କରିଛନ୍ତି। କିନ୍ତୁ ମୁଁ କାହା ସହ କଥା ହୋଇନି। ସଂସଦ ଭବନରେ ଫୋନ୍‌ରେ କଥା ହୋଇପାରେନା ଏବଂ ଏନେଇ କିଏ ପରାମର୍ଶ ଦେଲା କହିପାରିବିନି। ନବୀନଙ୍କ ଉପରେ ପରାମର୍ଶଦାତା ଥିଲେ ଜାଣିନି। ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି। ତେବେ କିଏ ସେ ମୁଖ୍ୟ ପରାମର୍ଶଦାତା, ଦେବାଶିଷ ତାହା କହି ନାହାନ୍ତି। ଉତ୍ତର ନବୀନ ପଟ୍ଟନାୟକ ହିଁ ରଖିବେ ବୋଲି ସେ କହିଛନ୍ତି।
ୱାକଫ୍‌ ବିଲ୍‌ ଗୃହୀତ ହେଲା ପରେ ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ ଅନୁଭୂତ ହେଉଛି। ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି। ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା। ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ। ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି।
ବିଜେଡି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ କହିଛନ୍ତି, କାଲିର ଘଟଣା ବିଜେଡି ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନିଜେ ସସ୍ମିତ ପାତ୍ର କହିଥିଲେ ଆମେ ୱାକଫ୍‌ ବିଲକୁ ବିରୋଧ କରିବୁ। କିନ୍ତୁ ୪୮ ଘଣ୍ଟା ନ ପୂରୁଣୁ ବିବେକ ଆଧାର କେମିତି ହୋଇଗଲା? ଆମର ସନ୍ଦେହ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସେଥିପାଇଁ ସେ କ୍ଷମା ମାଗନ୍ତୁ।

Leave a Reply

Your email address will not be published. Required fields are marked *