Sev

ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମେଡିକାଲରେ ଭେଟିବା ସହ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି। ଗତକାଲି ମହାଦୀପ ଉଠିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନା ଅନୁସାରେ ଗତକାଲି ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେବାୟତ ଯୋଗେନ୍ଦ୍ର ଓ ଅନ୍ୟମାନେ ମହାଦୀପ ଧରି ମନ୍ଦିର ଚଢ଼ିବାକୁ ବାହାରିଥିଲେ । ଯୋଗେନ୍ଦ୍ର ମହାଦୀପ ଧରି ଆଗେଆଗେ ଶିକୁଳିରେ ଉଠିଥିଲେ । ସେ ପ୍ରାୟ ୧୦ ଫୁଟ୍‌ ଉଚ୍ଚକୁ ଉଠିଥିବା ବେଳେ ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା  । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଥିବାରୁ ଆମ୍ବୁଲାନ୍‌ସରେ ତାଙ୍କୁ ହସ୍ପିଟାଲ୍‌ ନେବା କାଠିକର ହୋଇପଡ଼ିଥିଲ । ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ହସ୍ପିଟାଲ୍‌ରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଚିକିତ୍ସା କଥା ବୁଝିଥିଲେ ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଅଘଟଣ ପରେ ମନ୍ଦିର ପରିସର‌ରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନଙ୍କ ମନରେ ବିଭିନ୍ନ ପ୍ରକାରର ଶଙ୍କା ସୃଷ୍ଟି ହୋଇଥିଲା । ଲିଙ୍ଗରାଜରେ ନିର୍ଧାରିତ ସମୟଠାରୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିଲା ।  ୧୦ଟା ୪୦ ମିନିଟ ସମୟରେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚଢ଼ିଥିଲେ ଏବଂ ସ୍ବାଭାବିକ ଭାବେ ମନ୍ଦିର ଚୂଡ଼ାରେ ମହାଦୀପ ଲାଗିଥିଲା । ମହାଦୀପ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଆଧ୍ୟାତ୍ମିକ ପରିବେଶକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *