Vija

ଓମଫେଡ୍ ଏମଡି ବିଜୟ ଅମୃତ କୁଲାଙ୍ଗେଙ୍କୁ ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ

Spread the love

ଭୁବନେଶ୍ୱର: ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ସରକାର ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ମତ୍ସ୍ୟ ଏବଂ ଏଆରଡି ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ ଅଧିକାରୀ କୁଲାଙ୍ଗେ, ଯିଏ ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଅଚନ୍ତି, ତାଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କିମ୍ବା ଜିଏ ଏବଂ ପିଜି ବିଭାଗ ଦ୍ୱାରା ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ପର୍ଯ୍ୟନ୍ତ ତୁରନ୍ତ ପ୍ରଭାବରେ ତାଙ୍କ ନିଜ ଦାୟିତ୍ୱ ସହିତ କଟକର ନିର୍ଦ୍ଦେଶକ, ଏଏଚ୍ ଏବଂ ଭିଏସ (ଓ) ଭାବରେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ।

ତେବେ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ୨୦୨୪, ମାର୍ଚ୍ଚ ମାସରେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ଭୁବନେଶ୍ୱରର ଓମଫେଡ ପରିଚାଳନା ନିର୍ଦ୍ଦେଶକ ପଦବୀକୁ ରାଜ୍ୟର ଆଏଏସ କ୍ୟାଡରରେ ପ୍ରଦାନ କରାଯାଇଥିବା ଯୁଗ୍ମ ସଚିବ ପଦବୀ ସହିତ ସମାନ ପଦ ଏବଂ ଦାୟିତ୍ୱ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *