ରାଷ୍ଟ୍ରପତିଙ୍କୁ ‘poor lady’ କହି ବିବାଦରେ ସୋନିଆ ଗାନ୍ଧୀ

Spread the love

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ତାଙ୍କୁ ଆକ୍ଷେପ କରି ‘poor lady’ ବୋଲି କହିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସୋନିଆ ରାଷ୍ଟ୍ରପତିଙ୍କୁ ଅସମ୍ମାନିତ କରିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦାବି କରିଛନ୍ତି। ଅନ୍ୟପଟେ ସାଂସଦ ତଥା ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋନିଆଙ୍କୁ ସମର୍ଥନ କରିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଗଣମାଧ୍ୟମ ସୋନିଆଙ୍କ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରି ପ୍ରସଙ୍ଗକୁ ଜଟିଳ କରୁଛି ବୋଲି ସେ କହିଛନ୍ତି।

ସୋନିଆ ରାଷ୍ଟ୍ରପତିଙ୍କ ଉପରେ ମନ୍ତବ୍ୟ ଦେଇ ତାଙ୍କୁ ‘poor lady’ ବା ବିଚାରି ମହିଳା ବୋଲି କହିଥିଲେ। ଅଭିଭାଷଣ ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ ବୋଲି ମଧ୍ୟ ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସମ୍ବିତ ପାତ୍ର ସୋନିଆଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହିତ ରାଷ୍ଟ୍ରପତି ଏବଂ ଆଦିବାସୀ ସମ୍ପ୍ରଦାୟଙ୍କୁ ସେମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *