Enforcement Directorate 750x430

ଟୋରେସ ପୋଞ୍ଜି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ED କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଜୟପୁରର ୧୦ରୁ ଅଧିକ ସ୍ଥାନରେ ଚଢଉ

Spread the love

ମୁମ୍ବାଇ ୨୩।୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଟୋରେସ ନିବେଶ ନାମକ ଏକ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ମାମଲାରେ ଅନେକ ନିବେଶକ କଥିତ ରୂପେ ଠକେଇର ଶିକାର ହୋଇଛନ୍ତି। ଏଥି ପାଇଁ ମୁମ୍ବାଇ ଓ ଜୟପୁରର ୧୦ରୁ ୧୨ଟି ସ୍ଥାନରେ ଚଢଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଇଡି ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖାର ଏକ ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ଓ ମନିଲଣ୍ଡ୍ରିଂ ସମ୍ପର୍କିତ ଏକ ପିଏମଏଲଏରେ ଏକ ଅପରାଧିକ ଅଭିଯୋଗ ରୁଜୁ କରିଥିଲେ।

ଏଥିରେ ଏ ପର୍ଯ୍ୟନ୍ତ ୩,୭୦୦ରୁ ଅଧିକ ନିବେଶକ ମୁମ୍ବାଇ ପୋଲିସ ନିକଟରେ ଠକେଇ ଅଭିଯୋଗ କରିଥିବା ବେଳେ ଠକେଇର ପରିମାଣ ପ୍ରାୟ ୫୭ କୋଟିରୁ ଅଧିକ ବୋଲି କୁହାଯାଇଛି। ଟୋରେସ ବ୍ରାଣ୍ଡ ମାଲିକାନାଧୀନ ଏକ ଆଭୁଷଣ କମ୍ପାନୀ ଉପରେ ପୋଞ୍ଜି ଓ ମଲ୍ଟି ଲେବୁଲ ମାର୍କେଟିଂ (ଏମଏଲଏମ) ଯୋଜନାର ଉପଯୋଗ କରି ନିବେଶକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି। ଏହି ଅନିୟମିତତା ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପଶ୍ଚିମ ଦାଦରରେ କମ୍ପାନୀର ଏକ ଷ୍ଟୋରରେ ଶତାଧିକ ନିବେଶକ ଠୁଳ ହୋଇଥିଲେ।

କାରଣ କମ୍ପାନୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ରାଶି ଦେବା ବନ୍ଦ କରିଦେଇଥିଲା। ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ଉଜବେକିସ୍ତାନର ଜଣେ ନାଗରିକ ତଜାଗୁଲ ଜାସାତୋଭ, ଜଣେ ଋଷୀୟ ନାଗରିକ ଭାଲେଣ୍ଟିନା ଗଣେଶ କୁମାର ଓ ସର୍ବେସ ସୁର୍ବେ ଅଛନ୍ତି। ଏମାନେ ସମସ୍ତେ କମ୍ପାନୀର ବରିଷ୍ଠ ସଦସ୍ୟ ଥିଲେ। ତଦନ୍ତକାରୀଙ୍କ ଅନୁସାରେ କମ୍ପାନୀର ପ୍ରମୋଟରମାନେ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ କାର, ଫ୍ଲାଟ୍, ଗିଫ୍ଟ କାର୍ଡ ଓ ହ୍ୟାମ୍ପର୍ସ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ବମ୍ବେ ହାଇକୋର୍ଟ ବୁଧବାର କହିଛନ୍ତି ଯେ ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିନଥିଲା, ଏଣୁ ପୋଲିସ ନିଜର କର୍ତ୍ତବ୍ୟ ଠିକରେ ପାଳନ କରି ନାହିଁ। କୋର୍ଟ କହିଛନ୍ତି ଯେ କୌଣସି ଅଧିକାରୀ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତତ୍ପର ନଥିଲେ। ତେବେ ମାମଲା ସମ୍ପର୍କିତ ସୂତ୍ରଙ୍କ ଅନୁସାରେ  ପୋଲିସ ଓ ଇଡି ଏପର୍ଯ୍ୟନ୍ତ ଠକେଇର ମାଷ୍ଟରମାଇଣ୍ଡ ଯିଏ ଆଭୂଷଣ କମ୍ପାନୀ (ପ୍ଲାଟିନମ ହର୍ଣ୍ଣ)ର ଆରମ୍ଭ କରିଥିଲା ତା ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି ଯିଏ ଟୋରେସ ବ୍ରାଣ୍ଡର ମାଲିକ । ଏଣୁ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Leave a Reply

Your email address will not be published. Required fields are marked *