Dws

ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍

Spread the love

ସମ୍ବଲପୁର: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍। ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ। ସୁପର୍‌କ୍ଲାସ ଠିକାଦାର ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ଚଢଉ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍‌ର ମିଳିତ ଚଢ଼ାଉ ଜାରି ରହିଛି।

ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଥିବା ସୂଚନା ରହିଛି। ସମ୍ୱଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ୍ କରାଯାଉଛି । ୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ରାଜ୍ୟର ୪୪ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ଚଢ଼ାଉ କରୁଛି। ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼ ସମେତ ୪୪ଟି ସ୍ଥାନରେ ରେଡ୍ ଚାଲିଛି।

ସୂଚନା ଥାଉକି, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ସେ ଆୟକର ଫାଙ୍କିବା ନେଇ ଅଭିଯୋଗ ହେଉଥିଲା। ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ କରାଯାଉଛି। ଭୁବନେଶ୍ୱର, ଛତିଶଗଡ ଟିମ୍‌ର ମିଳିତ ଚଢାଉ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *